ବେଆଇନ ଭାବରେ ବ୍ୟାପକ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି କିରାଣି

ଟିଟିଲାଗଡ଼,ଏନ୍ଏନ୍ଏସ୍: ବେଆଇନ ଭାବରେ ବ୍ୟାପକ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି କିରାଣି। ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣି ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ଉ କରିଛି ଭିଜିଲାନ୍ସ।

ଏକକାଳୀନ ରବୀନ୍ଦ୍ର ମହାନ୍ତିଙ୍କ ୫ଟି ଘର ସମେତ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛି। ଚଢ଼ଉ ସମୟରେ ସରକାରୀ ବାବୁଙ୍କ ପାଖରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ରହିଥିବା ସୂଚନା ରହିଛି। ତାଙ୍କ ପୈତୃକ ଘର ଉପରେ, ତୁଷୁରା ଡାହିମାଲ ଗାଁ ରେ ଥିବା ଘର, ବଲାଙ୍ଗିର ସାଗରପଡାରେ ଥିବା ଘର ତଥା ତୁଷୁରା ଏବଂ ପୁଇଁତଲାରେ ଥିବା ବର୍ତ୍ତମାନ ଭିଜିଲାନ୍ସ ବିଭାଗ ଚଢ଼ଉ ଜାରି ରଖିଛି।