ଅଗଷ୍ଟ ୧୪ରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ ବିନା ପରୀକ୍ଷାରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୪ରୁ ୧୬ ତାରିଖ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ସପ୍ତାହେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସେହିପରି ଅସନ୍ତୁଷ୍ଟ ଥିବା ମାଟ୍ରିକ୍ ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କର ପରୀକ୍ଷା ଫଳ ଆସନ୍ତା ୨୦ ପ୍ରକାଶ ପାଇବ। ତେବେ ସେମାନଙ୍କର ନାମ ଲେଖା ପ୍ରକ୍ରିୟାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ଦାଶ କହିଛନ୍ତି। ଯଥେଷ୍ଟ ସୁଯୋଗ ମିଳିବା ସହ ୫୫ ହଜାରରୁ ଅଧିକ ସିଟ୍ ବୃଦ୍ଧି ପାଇଁ କଲେଜ ଗୁଡ଼ିକ ଆବେଦନ କରିଛନ୍ତି।