ନୁଆଦିଲ୍ଲୀ,ଏଜେନ୍ସି: ଆମେରିକୀୟ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର କୋଭିଡ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଭାରତର ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ଅଫ୍ ଇଣ୍ଡିଆ ଏହି ସିଙ୍ଗିଲ ଡୋଜ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ କମ୍ପାନୀ ପରୀକ୍ଷା ପାଇଁ ଆବେଦନ କରିଥିଲା କିନ୍ତୁ ଏହି ଖ୍ୟାତିସମ୍ପନ୍ନ ତଥା ସ୍ୱୀକୃତିପ୍ରାପ୍ତ ଟିକାକରଣ ପାଇଁ କେନ୍ଦ୍ର ବର୍ତ୍ତମାନ ପ୍ରଦାନ ପ୍ରକ୍ରିୟା ଶେଷ କରିସାରିଥିବାରୁ କେନ୍ଦ୍ର ଟିକା ନିର୍ମାତାଙ୍କୁ ଅନୁମୋଦନ ପାଇଁ ସିଧାସଳଖ ଆବେଦନ କରିବାକୁ କହିଥିଲେ। ଏହା ପରେ ଜେ ଆଣ୍ଡ ଜେ ଏହାର ପୂର୍ବ ଆବେଦନ ପ୍ରତ୍ୟାହାର କରିନେଇ ଶୁକ୍ରବାର ଦିନ ଦେଇଥିବା ବିବୃତ୍ତିରେ କମ୍ପାନୀ ସୂଚନା ଦେଇଛି ଏବଂ ଗତକାଲି କମ୍ପାନୀ ଏହାର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ଆବେଦନ କରିଥିଲା। ଏହି ଟିକାକୁ ଅନୁମତି ମିଳିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡବିୟା ସୂଚନା ଦେଇଛନ୍ତି।
ବାୟୋଲୋଜିକାଲ-ଇ ଲିମିଟେଡର ମିଳିତ ସହଯୋଗରେ ଏହି ସିଙ୍ଗଲ୍-ଡୋଜ୍ କୋଭିଡ ଟିକାକୁ ଭାରତ ତଥା ଅନ୍ୟ ବିଶ୍ୱର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବାଟ ଖୋଲିଛି। ବାୟୋଲୋଜିକାଲ-ଇ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ। ଆମର ବିଶ୍ୱ ସ୍ତରୀୟ ଯୋଗାଣ ଶୃଙ୍ଖଳା ନେଟୱାର୍କ, ଜନସନ ଆଣ୍ଡ ଜନସନ କୋଭିଡ-୧୯ ଟିକା ଯୋଗାଇବାରେ ସାହାଯ୍ୟ କରୁଛି। ଆମର ସରକାର, ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ଗାଭି ଏବଂ କୋଭାକ୍ସ ସୁବିଧା ଭଳି ସଂଗଠନ ସହ ସହଯୋଗ ରହିଛି ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।
ମଡର୍ନା ପରେ ଦେଶରେ ଦ୍ୱିତୀୟ ବିଦେଶୀ ନିର୍ମିତ ଟିକା ଭାବରେ ଏହାକୁ ଅନୁମତି ମିଳିଛି। ଜନସନ ଆଣ୍ଡ ଜନସନଙ୍କ ଜନସନ ଫାର୍ମାସ୍ୟୁଟିକାଲ କମ୍ପାନୀ ଦ୍ୱାରା ବିକଶିତ ହୋଇଥିବା ଜେ ଆଣ୍ଡ ଜେ ଟିକା ଗୋଟିଏ ଡୋଜରେ ଗଠିତ ହୋଇଛି ଏବଂ ଗୁରୁତର ରୋଗ ବିରୋଧରେ ୮୫.୪ ପ୍ରତିଶତ ଏବଂ ଚିକିତ୍ସିତଙ୍କ ବିରୋଧରେ ୯୩.୧ ପ୍ରତିଶତ ପ୍ରଭାବ ରହିଛି।