ପାଗଳ ପ୍ରେମୀ ସମ୍ବଲପୁରୀ ଗୀତ ରେକଡ଼ିଂ

ସଇଁନ୍ତଳା,ଏନ୍ଏନ୍ଏସ୍: ପ୍ରେମ ପାଇଁ ଅନେକ ସଂଘର୍ଷ କରି ଜଣେ ଝିଅ କିମ୍ବା ଜଣେ ପୁଅର ମନକୁ କିଣିବାକୁ ହୋଇଥାଏ। କେତେ ବେଳେ ରାଗ ରୁଷା ତ ଆଉ କେତେବେଳେ ମାନ ଅଭିମାନ। ତେବେ ପ୍ରେମରୁ ପ୍ରତାରଣା ପାଇବା ପରେ କିଭଳି ତା ପଛରେ ପାଗଳ ଭଳିକି ଯୁବକଟି ରାସ୍ତାକଡରେ ବୁଲି ଥାଏ ତାହାକୁ ନେଇ ଏହି ସମ୍ବଲପୁରି ପାଗଳ ପ୍ରେମୀ ଗୀତ ପ୍ରସ୍ତୁତି କରାଯାଇଛି। ବରଗଡ଼ ଆର ଆର ଷ୍ଟିୁଡିଓରେ ରେକଡ଼ିଂ ହୋଇଥିବାବେଳେ ଦର୍ଶକଙ୍କ ମନକୁ ଗୀତଟି ଛୁଇଁବ ବୋଲି ଆଶା କରାଯାଉଛି।

ଏହି ଗୀତକୁ ଅଜିତ କୁମାର ସାହୁ ଓ ଶୁଭଲଷ୍ମୀ ସାହୁ କଣ୍ଠଦାନ କରିଥିବା ବେଳେ ଗୀତ ଓ ସଙ୍ଗୀତକୁ ଖୁବ ସୁନ୍ଦର ଭାବରେ ସଜେଇଛନ୍ତି ଜନକ ସେଠ। ସଙ୍ଗୀତ ଜଗତରେ ସୁମାନ ଅର୍ଜନ କରିଥିବା ଶୈଳେଶ ସାମଲ ସଙ୍ଗୀତରେ ସହଯୋଗ କରିଥିବା ବେଳେ କ୍ୟାମେରା ମ୍ୟାନ ଭାବେ ଦୋଳ ଗୋବିନ୍ଦ ଭୋଇ ଦାୟିତ୍ୱ ତୁଲାଇଛନ୍ତି। ଏହି ଗୀତ ଖୁବଶୀଘ୍ର ଅଜିତ କୁମାର ସାହୁ ଅଫିସିୟାଲ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ହେବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।