ପାଟଣା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ପାଟଣା,ଏନ୍ଏନ୍ଏସ୍: ଓଡିଶା ଷ୍ଟାଫ ସିଲେକ୍ସନ କମିସନରେ ହୋଇଥିବା ଚାକିରି ଚୋରିର ପ୍ରତିବାଦରେ ପାଟଣା ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପାଟଣା ମୁଖ୍ୟାଳୟରେ ବିକ୍ଷୋଭ କରାଯାଇଛି। ଏଥିସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଛି। ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶଙ୍କ ସଂଯୋଜନାରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ, ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ଜୟଦେବ ଗିରି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହ୍ଲାଦ ପଲେଇ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଦାସମତି ଚାତାର, ପାଟଣା ମଣ୍ଡଳ ସଭାପତି ଅଭୟ ବେହେରା, ମଣ୍ଡଳ ଯୁବ ମୋର୍ଚ୍ଚା ଉପସଭାପତି ନିତେଶ ମହାନ୍ତ, ପ୍ରଭୁ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ସଞ୍ଜୟ ମହାନ୍ତ, ଯୁବ ମୋର୍ଚ୍ଚା ଆଇଟି ସେଲ ସଂଯୋଜକ ଏସ ଏମ ବି କବିର, ଉଦୟପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କୁଞ୍ଜ ବିହାରୀ ମହାନ୍ତ, ସାଧାରଣ ସମ୍ପାଦକ ବିବେକାନନ୍ଦ ମହାନ୍ତ, ଉପସଭାପତି ଆସିକ ହାଁସଦା, ସମ୍ପାଦକ ଦୀକ୍ଷିତ ସେଠୀ, ଉଖୁଣ୍ଡା ମଣ୍ଡଳ ସଭାପତି ଲକ୍ଷ୍ମଣ ବାରିକ, ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ବୈରାଗୀ ହେମ୍ବ୍ରମ, ପରମେଶ୍ୱର ମହାନ୍ତ, ଚିରଞ୍ଜୀବ ଦାଶ୍, ଦେବବ୍ରତ ମିଶ୍ର, ଦୀପକ ମହାନ୍ତ, ସତ୍ୟଜିତ ମହାକୁଡ଼, ପଙ୍କଜ ସେଠୀ, ଅଭିଷେକ ପତି ପ୍ରମୁଖ ପ୍ରତିବାଦରେ ସାମିଲ ଥିଲେ।