ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ମହାମାରୀର ପରବର୍ତ୍ତୀ ଲହରକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଅନେକ ଦେଶ ଏଥିରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ମଧ୍ୟ କରିସାରିଲେଣି। ଏହି ମଧ୍ୟରେ ଆମେରିକାର ଡକ୍ଟର ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ମେଡ଼ିକାଲ ପରାମର୍ଶଦାତା ଆନଥୋନି ଫୌସି ଦାବି କରିଛନ୍ତି କି ଆମେରିକାରେ କରୋନାର ସ୍ଥିତି ଆହୁରି ଭୟାବହ ହେବ। ସେ କହିଛନ୍ତି କି ଆମେରିକାରେ ବର୍ତ୍ତମାନ ବହୁ ଲୋକ ଟିକା ନେଇନାହାନ୍ତି।
ଡେଲଟା ଭାରିଆଣ୍ଟ ଭୂତାଣୁ ପ୍ରକୋପ ଏବେ ବି ଦେଶରେ ଜାରି ରହିଥିବା ବେଳେ ଆଗାମୀ ଭାରିଆଣ୍ଟ ମଧ୍ୟ ଭୟାନକ ହେବ। ଏପରିକି ଆଗାମୀ ଭାରିଆଣ୍ଟ ଭୂତାଣୁ ଟିକାର ପ୍ରଭାବକୁ ମଧ୍ୟ ଟକ୍କର ଦେବ। ଏଥିସହ ଦୈନିକ ୨ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହେବ ବୋଲି ଫୌସି କହିଛନ୍ତି।