ନବରଙ୍ଗପୁର,ଏନ୍ଏନ୍ଏସ୍: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ସେଥିରୁ ନବରଙ୍ଗପୁର ମଧ୍ୟ ବାଦ ପଡ଼ିନାହିଁ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡ଼ା.ଅଜିତ କୁମାର ମିଶ୍ର ମିଠା ବାଣ୍ଟିବା ସହ ସମସ୍ତ ଅଧିକାରୀ ଏବଂ କର୍ମଚାରୀବୃନ୍ଦ ହାତରେ ଜାତୀୟ ପତାକା ସହ ହକି ବାଡ଼ି ଧରି ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଥିଲେ। କିଛି ମୁହୂର୍ତ୍ତ ପାଇଁ କାର୍ଯ୍ୟାଳୟ ପରିସରରେ ଖୁସିର ମାହୋଲ ଖେଳି ଯାଇଥିଲା। ଏଥିରେ ଉପଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନିଲ, ଖଣ୍ଡୀୟ ବନ ଅଧିକାରୀ ମଗର ଧନଜି ରାଓସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସମସ୍ତ ଡେପୁଟି ଜିଲ୍ଲାପାଳ, ସମସ୍ତ ସହାୟକ ଜିଲ୍ଲାପାଳ, ଜିଲ୍ଲା ସୂଚନା ଅଧିକାରୀ, ବିଶ୍ୱରଞ୍ଜନ ଭୁକ୍ତ ଓ ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।