ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ କପିଳାସ ଛକ ଠାରେ ଓଡିଶା ଷ୍ଟାଫ୍ ସିଲକସେନ୍ କମିଶନ (ଓଏସଏସସି)ର ଚାକିରିରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି ଚାକିରି ବିକ୍ରି କାର୍ଯ୍ୟ ତୃତୀୟ ଫ୍ଲୋରର ନିର୍ଦ୍ଦେଶ ମୁତାବକ ହୋଇଥିବା ବେଳେ ସମ୍ପୃକ୍ତ ଷ୍ଟାଫ ସିଲେକ୍ସନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ହାତ ରହିଥିବା ବିଜେପି ଅଭିଯୋଗ କରୁଛି। ଏପରି ସ୍ଥଳେ କେବଳ ତଳତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ ବଡ଼ବଡ଼ିଆଙ୍କୁ ଛାଡି ଦିଆଯାଉଛି।
ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଏଥିରେ ସମ୍ପୃକ୍ତ ଥିବା ଉପର ସ୍ତରର କର୍ମଚାରୀଙ୍କୁ ଖୋଜି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଭାରତୀୟ ଯୁବ ଜନତା ଦଳର ଅନ୍ୟ ପ୍ରମୁଖ କର୍ମୀମାନେ ଉପସ୍ଥିତ ଥିଲେ।