୧୬ରେ ଓଡ଼ିଶା ଆସିବ ଭାରତୀୟ ହକି ଟିମ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ୪୧ ବର୍ଷ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତୀୟ ପୁରୁଷ ହକି ଟିମ୍ ଆଜି ଇତିହାସ ରଚିଛି। ଜର୍ମାନୀକୁ ୫-୧ରେ ହରାଇ ଭାରତ ବ୍ରୋଞ୍ଜ ପଦକ ଜିତିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍ ଯୋଗେ ଭାରତୀୟ ଟିମକୁ ଶୁଭାକାମନା ଜଣାଇଛନ୍ତି। ଏଥିସହିତ ୧୬ ତାରିଖରେ ପଦକ ବିଜେତା ଟିମ୍ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଭାରତୀୟ ଟିମକୁ ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯିବ ବୋଲି ଜଣାପଡ଼ିଛି।