- ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଜଙ୍ଗଲ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସୌମ୍ୟଙ୍କ ସମ୍ପର୍କୀୟ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ‘ପୁଲିସ ଖାଲି ଏ ଜିଲ୍ଲାରୁ ସେ ଜିଲ୍ଲା ବୁଲୁଛି, ହେଲେ ଫଳ କିଛି ନାହିଁ। ତଦନ୍ତ ବାଟବଣା ହୋଇଥିବାବେଳେ ପୁଲିସ ଉପରେ ଚାପ ରହୁଛି ବୋଲି କହିଛନ୍ତି ସୌମ୍ୟଙ୍କ ସମ୍ପର୍କୀୟ। ସେ ଆହୁରି କହିଛନ୍ତି ଯେ, ଆମେ ଯାହା ଶୁଣୁଛୁ ଜଙ୍ଗଲ ମନ୍ତ୍ରୀଙ୍କର ବି ଚାପ ରହିଛି। ଡିଏଫଓ ଜଙ୍ଗଲ ମନ୍ତ୍ରୀଙ୍କ ସମ୍ପର୍କରେ ରହିଥିବା ଶୁଣିବାକୁ ମିଳୁଛି।