ଅବକାରୀ ବିଭାଗର ଚଢ଼ଉ, ୩ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଥାନା ଅଞ୍ଚଳରେ ଅବକାରୀ ଅଧିକାରୀ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୂଷାପଡ଼ା ଗ୍ରାମର ଶିବ ମୁଣ୍ଡା, ମାଧପୁର ଗ୍ରାମର ବୈଷ୍ଣବ ଲୋହାର ଓ ଅଙ୍କୁରା ଗ୍ରାମର ଶିରିଶ୍ ପାତ୍ର। ଚଢ଼ଉ ସମୟରେ ଶିବଙ୍କଠାରୁ ୨୦ଲିଟର, ବୈଷ୍ଣବଙ୍କଠାରୁ ୮ଲିଟର ଓ ଶିରିଶଙ୍କଠାରୁ ୭ଲିଟର ମହୁଲି ମଦ ଜବତ ହୋଇଛି। ଏହି ଚଢ଼ଉରେ ଅବକାରୀ ବିଭାଗ ପକ୍ଷରୁ ଦିଲ୍ଲୀପ କୁମାର ତାଣ୍ଡି, ଜଗନ୍ନାଥ ଭୀତିରିଆ ଓ ଚନ୍ଦ୍ରମା କେଶରୀ ସାମଲ ପ୍ରମୁଖ ସାମଲ ହୋଇଥିଲେ।