୧୬ରୁ ମହାପ୍ରଭୁଙ୍କ ଦର୍ଶନ

ପୁରୀ,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ହ୍ରାସ ପାଇବା ଯୋଗୁ ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମ ୫ଦିନ ଅର୍ଥାତ ୧୬ରୁ ୨୦ ତାରିଖ କେବଳ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯ।ଇଛି। ୨୧ ଓ ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ପାରିବେନି। ୨୩ ତାରିଖରୁ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ଦର୍ଶନ ପାଇଁ ଡବଲ ଡୋଜ୍ ଟିକା କିମ୍ବା ଆରଟି-ପିସିଆର ନେଗେଟିଭ ରିପୋର୍ଟ ଜରୁରୀ। ଆରଟି-ପିସିଆର ନେଗେଟିଭ ରିପୋର୍ଟ ୯୬ ଘଣ୍ଟା ପୂର୍ବରୁ ହୋଇଥିବା ଜରୁରୀ ବୋଲି ଜଣାପଡ଼ିଛି। ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶକୁ ଅନୁମତି ମିଳିବ। ସପ୍ତାହନ୍ତ ସଟଡାଉନ ଓ ଜନ୍ମାଷ୍ଟମୀରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି।