ବ୍ରୋଞ୍ଜ ଜିତିଲେ ସିନ୍ଧୁ

  • ଟୋକିଓ: ଟୋକିଓରୁ ଆସିଲା ଭଲ ଖବର। ବିଶ୍ୱ କ୍ରୀଡ଼ା ମହାକୁମ୍ଭର ୧୦ମ ଦିନରେ ଭାରତକୁ ମିଳିଲା ଆଉ ଏକ ପଦକ। ବ୍ୟାଡମିଣ୍ଟନରେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଚାଇନାର ବିଗଜିଆଓଙ୍କୁ ମାତ୍ ଦେଇ ଟୋକିଓରେ ପଦକ ଜିତିଲେ ସିନ୍ଧୁ। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ପିଭି ସିନ୍ଧୁଙ୍କୁ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
    ବ୍ରୋଞ୍ଜ ପଦକ ପାଇଁ ରବିବାର ଦମଦାର ପ୍ରଦର୍ଶନ କରିଥିଲେ। ଖେଳ ଆରମ୍ଭରୁ ହିଁ ବିପକ୍ଷ ଖେଳାଳିଙ୍କ ଉପରେ ଆଟାକ କରିଥିଲେ ପିଭି ସିନ୍ଧୁ। ଯାହାଫଳରେ ପ୍ରଥମ ସେଟକୁ ୨୧-୧୩ରେ ଜିତିଥିଲେ ସିନ୍ଧୁ। କିନ୍ତୁ ଦ୍ୱିତୀୟ ସେଟରେ ଚାଇନା ଖେଳାଳି କମ୍ବ୍ୟାକ୍ କରିବା ସହ ପିଭିଙ୍କୁ ଟକ୍କର ଦେଇଥିଲେ। ହେଲେ ପିଭି ଚତୁରତା ସହ ଖେଳ ଜାରି ରଖିଥିଲେ। ପରିଶେଷରେ ସିନ୍ଧୁ ୨୧-୧୫ରେ ବ୍ରୋଞ୍ଜ ପଦକ ଜିତିଥିଲେ।