ପୁରୀ ବେଳାଭୂମିରେ ହେବ ନାହିଁ ମଦ କୁଡ଼ିଆ

  • ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବ ନାହିଁ ମଦ କୁଡ଼ିଆ। ଏହି ଯୋଜନାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ୬ଟି ସ୍ୱର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି ଓଟିଡିସି ଟେଣ୍ଡର ବାହାର କରିଥିଲା। ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା। ବାଲେଶ୍ୱରର ତଳସରା-ଉଦୟପୁର ବିଚ୍, ଚାନ୍ଦିପୁର, ଜଗତ୍ସିଂପୁରରର ପାରାଦୀପ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମର ପତିସୋନାପୁର ଓ ଗୋପାଳପୁର ବିଚ୍ରେ ୨୦ଟି ମଦ କୁଡ଼ିଆ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା।
    ଏହି ପ୍ରକଳ୍ପକୁ ନେଇ ପୁରୀରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା। ପୁରୀ ଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ବେଳାଭୂମିରେ ମଦ ବିକ୍ରିକୁ ବିରୋଧ କରିଯାଇଛି। ପୁରୀକୁ ଲୋକେ ତୀର୍ଥ କରିବା ପାଇଁ ଆସନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ ଆସନ୍ତି। ତେଣୁ ପୁରୀ ବେଳାଭୂମି ଭଳି ଏକ ପବିତ୍ର ସ୍ଥାନରେ ମଦ ବିକ୍ରିକୁ ବିରୋଧ କରାଯାଇଛି। ଏହି ପ୍ରସ୍ତାବକୁ ବିରୋଧ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ଓ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ପୁରୀ ବେଳାଭୂମିରେ ଏଭଳି କୌଣସି ପ୍ରକଳ୍ପ ଆରମ୍ଭ ହେବାର ଯୋଜନା ନାହିଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।