ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନଲକ୍ ହେବ ନାହିଁ ରାଜ୍ୟ। ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ୍ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ।
ସୂଚନା ଅନୁସାରେ କଟକ, ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି। ଆଗରୁ ୫ ଶହ ଉପରେ ରହୁଥିଲା ପଜିଟିଭ ସଂଖ୍ୟା ତାହା ଏବେ ୪ ଶହରେ ରହିଛି। ତେଣୁ ବର୍ତ୍ତମାନ କଟକଣାକୁ ପୂରା କୋହଳ କରାଯାଇ ପାରିବନାହିଁ ।
ଅନ୍ୟପଟେ ଡେଙ୍ଗୁ ନେଇ ରାଜ୍ୟରେ ସମସ୍ତ ହସ୍ପିଟାଲରେ୍ ସ୍ୱତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡି-୨ ଷ୍ଟ୍ରେନ୍ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ। ଏହା ଆଗରୁ ଥିଲା। ଏ ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି।