ଟୋକିଓ ଅଲିମ୍ପିକ୍ସ ୨୦୨୦: ପଦକ ଦିଗରେ ଆଗକୁ ବଢିଲେ ଦୀପିକା କୁମାରୀ, କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ

ଟେକିଓ,ଏଜେନ୍ସି: ତୀରନ୍ଦାଜୀ ନେଇ ଭାରତୀୟମାନଙ୍କ ପାଇଁ ଭଲ ଖବର ଆସିଛି। ବିଶ୍ୱର ୧ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ ଋଷିଆ ଅଲିମ୍ପିକ୍ସ କମିଟିର ସେନିୟା ପେରୋଭାଙ୍କୁ ସୁଟଅଫରେ ପରାସ୍ତକରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଦୀପିକା ୬-୫ରେ ଏହି ମୁକାବିଲା ଜିତିଛନ୍ତି। ସୁଟଅଫରେ ସେନିୟା ୭ରେ ଲକ୍ଷ୍ୟ କରିପାରିଥିଲେ। ଦୀପିକାଙ୍କ ତୀର ୧୦ରେ ଲାଗିଥିଲା। ଦୀପିକା ପ୍ରଥମ ଏବଂ ତୃତୀୟ ସେଟ ଜିତିଥିବା ବେଳେ ସେନିୟା ୨ୟ ଓ ୫ମ ସେଟ ଜିତିଛନ୍ତି। ୪ର୍ଥ ସେଟ ସମାନ ଥିଲା।

ଟୋକିଓ ଅଲିମ୍ପିକ୍ସର ଆଜି ହେଉଛି ଅଷ୍ଟମ ଦିନ। ଆଜିର ଦିନଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।