ଜାପାନ,ଏଜେନ୍ସି: ଭାରତର ୨ୟ ପଦକ ଆଶା ଉଜ୍ଜୀବିତ ହୋଇଛି। ନିଶ୍ଚିତ ଆଉ ଗୋଟିଏ ପଦକ ମିଳିବାର ସମ୍ଭାବନା ଦେଖାଦେଇଛି। ଭାରତୀୟ ବକ୍ସର ଲବଲୀନା କ୍ୱାର୍ଟର ଫାଇନାଲରେ ନିଜର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୨ୟ ରାଉଣ୍ଡକୁ ୫-୦ରେ ଜିତି ପଦକ ଆଡକୁ ଆଉ ପାଦେ ଅଗ୍ରସର ହୋଇଛନ୍ତି। ବକ୍ସିଂ ୬୯ କିଲୋଗ୍ରାମ ଇଭେଣ୍ଟ ସେମିଫାଇନାଲ ପ୍ରବେଶ କରି ରଚିଛନ୍ତି ଇତିହାସ।
ଲଭଲିନା ହେଉଛନ୍ତି ଭାରତର ପ୍ରଥମ ମହିଳା ଖେଳାଳି ଯିଏକି ଏହି ବର୍ଗରେ ପଦକ ଜିତିବା ଦୌଡରେ ଅଛନ୍ତି। ତେବେ ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ଏକ ସୁଯୋଗ ରହିଛି। ଏଥିପାଇଁ ଲଭଲିନାଙ୍କୁ ଆଉ ଦୁଇଟି ମ୍ୟାଚରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ଯଦି ସେ ସେମିରେ ହାରନ୍ତି ତେବେ ମଧ୍ୟ ଏକ ପଦକ ପାଇବାର ସୁଯୋଗ ରହିଛି।