ଜାମ୍ମୁ-କାଶ୍ମୀର ଉପରେ ଆକ୍ରମଣ ପାଇଁ ଜୈସର ପ୍ରସ୍ତୁତି

ଭାରତୀୟ ବାୟୁସେନାର ବାଲାକୋଟ ଅପରେସନର ପ୍ରାୟ ୭ମାସ ପରେ ପୁଣି ଆତଙ୍କବାଦୀ ସଂଗଠିତ ହୋଇଥିବା ଜଣାଯାଇଛି। ଆତଙ୍କବାଦ ସଂଗଠନ ଜୈସ ଏ ମହମ୍ମଦ ପୁଣି ଏହି ଶିବିରକୁ ସଜାଡ଼ି ସେଠାରେ ପ୍ରାୟ ୪୦ଜଣ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଥିବା ଜଣାପଡ଼ିଛି। ସନ୍ଦେହ କରାଯାଉଛି ଯେ ଏହି ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀର ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ତେବେ ଅନ୍ତର୍ଜାତୀୟ ସମ୍ମୁଦାୟର ଦୃଷ୍ଟି ଏଡାଇବାପାଇଁ ଜୈସ ଏ ମହମ୍ମଦ ନିଜ ସଂଗଠନର ନାମ ବଦଳାଇ ଦେଇଥିବା ଜଣାଯାଇଛି।

ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାପାଇଁ ଫେବୃଆରୀ ୨୭ରେ ଭାରତୀୟ ବାୟୁସେନା ଓ ପାକିସ୍ତାନ ସୀମା ଭିତରକୁ ପଶି ଜୈସ ଏ ମହମ୍ମଦର ବାଲାକୋଟ ଶିବିର ଉପରେ ଆକ୍ରମଣ କରିଥିଲା। ଏଥିରେ ଆତଙ୍କବାଦ ଶିବିର ପୂରା ଧ୍ୱଂସ ହେବା ସହ ବହୁ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।