ଲଗାଣ ବର୍ଷା ଯୋଗୁଁ ପ୍ରୟାଗରାଜ ଜଳମଗ୍ନ

ପ୍ରୟାଗରାଜ,ଏଜେନ୍ସି: ଲଗାଣ ବର୍ଷା ଯୋଗୁଁ ଗଙ୍ଗାନଦୀରେ ଜଳସ୍ତର ବୃଦ୍ଧି ହୋଇଛି। ଏ ନେଇ ରବିବାର ପ୍ରୟାଗରାଜ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ତଳିଆ ଅଞ୍ଚଳରେ ଥିବା ଅନେକ ଘରବୁଡ଼ିଯାଇଥିବାବେଳେ ରାସ୍ତାରେ ୧୦ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲୁଛି। ଏ ନେଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାରାଯାଇଛି। ଏବେବି ଅନେକ ଲୋକେ ପାଣି ଘେରରେ ଫଶି ରହିଛନ୍ତି।