ଟୋକିଓ ଅଲିମ୍ପିକ୍ସ: ବକ୍ସିଂ କ୍ୱାର୍ଟରେ ସତୀଶ କୁମାର, ପ୍ରତିପକ୍ଷକୁ ୪-୧ରେ କଲେ ପରାସ୍ତ

ଟୋକିଓ,ଏଜେନ୍ସି: ଭାରତକୁ ଆଉ ଏକ ସଫଳତା। ବକ୍ସିଂ କ୍ୱାର୍ଟରରେ ଭାରତର ସତୀଶ କୁମାର। ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ସତୀଶ କୁମାର। ପ୍ରତିଦ୍ୱନ୍ଦୀ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ।

ଟୋକିଓ ଅଲିମ୍ପିକର ଆଜି ସପ୍ତମ ଦିନ। ଭାରତୀୟ ଖେଳାଳିମାନେ ଆଜିର ଦିନରେ ଅନେକ ସଫଳତା ଆଣିଦେଇଛନ୍ତି। ପ୍ରଥମେ ତୀରଚାଳନା, ହକି ଓ ବ୍ୟାଡ଼ମିଣ୍ଟନ ପରେ ବକ୍ସିଂରେ ମଧ୍ୟ ଭାରତୀୟ ଖେଳାଳି ବିଜୟୀ ହୋଇଛନ୍ତି। ବକ୍ସିଂ କ୍ୱାର୍ଟରରେ ଭାରତର ସତୀଶ କୁମାର। ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ୱାର୍ଟରରେ ଭାରତୀୟ ବକ୍ସର ସତୀଶ କୁମାର। ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ।