ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ମହାମାରୀ ଦ୍ୱୀତିୟ ଲହର ପ୍ରଭାବରେ ଚଳିତ ବର୍ଷ ଆଇପିଏଲକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା। ତେବେ ବାକି ଥିବା ମ୍ୟାଚ୍ ଗୁଡିକ ପୁଣି ଥରେ ସେପ୍ଟେମ୍ବର ୧୯ରୁ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହେବ ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି। ତେବେ ଭାରତ ବଦଳରେ ଏହି ମୁକାବିଲା ଦୁବାଇରେ ହେବ।
ଅବଶିଷ୍ଟ ୩୧ ଟି ମ୍ୟାଚ୍ ଦୁବାଇ, ଆବୁଧାବି ଏବଂ ଶାରଜା ତିନୋଟି ସ୍ଥାନରେ ଖେଳାଯିବ। ଅକ୍ଟୋବର ୧୫ରେ ଦୁବାଇରେ ଫାଇନାଲ ଆୟୋଜନ ହେବାକୁ ଥିବାବେଳେ ଦୁବାଇରେ ଅକ୍ଟୋବର ୧୦ରେ ପ୍ରଥମ କ୍ୱାଲିଫାୟର ମ୍ୟାାଚ୍ ଓ ଅକ୍ଟୋବର ୧୧ ଏବଂ ୧୩ରେ ଏଲିମିନେଟର ଏବଂ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଶାରଜାରେ ଖେଳାଯିବ।
ଚଳିତ ବର୍ଷ ପ୍ରାରମ୍ଭରେ, କୋଭିଡରେ ଏକାଧିକ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ପଜିଟିଭ୍ ପରୀକ୍ଷା କରିବା ପରେ ବିସିସିଆଇ ଆଇପିଏଲ୍ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା।