ଟୋକିଓ ଅଲିମ୍ପିକ୍ସ: ତୀରନ୍ଦାଜୀରେ ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ ଟୋକିଓ ଅଲିମ୍ପିକ୍ସର ୪ର୍ଥ ଦିନରେ ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ସମୟ ଅନୁସାରେ ଭାରତ ଏହି ମୁକାବିଲା କୋରିଆ ସହିତ ଆଜି ପୂର୍ବାହ୍ଣ ୧୦ଟା ୧୫ରେ ପଡ଼ିଆକୁ ଓହ୍ଲାଇବ।

ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ ପ୍ରି-କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଛି। ଟିମ ପ୍ରଥମ ୨ଟି ସେଟ ନିଜର ନାଁରେ କରିଥିଲା। ମାତ୍ର ୩ୟ ସେଟରେ କାଜିକସ୍ତାନ ୫୭-୫୬ରେ ଆଗୁଆ ଥିଲା। ଏହା ପରେ ଭାରତୀୟ ଖେଳାଳି ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ଦମଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ସ୍ଥାନ ନିଜ ପାଇଁ ସୁରକ୍ଷିତ ରଖିଥିଲେ। ଫେନସିଂରେ ଭାରତୀୟ ମହିଳା ଖେଳାଳି ଭବାନୀ ଦେବୀ ତୁନେସିଆର ନାଜିଆ ବେନ ଆଜିଜଙ୍କୁ ପରାସ୍ତ କରିଛନ୍ତି। ଭବାନୀ ଦେବୀ ପରବର୍ତ୍ତୀ ରାଉଣ୍ଡରେ ସକାଳ ୭ ଟା ୪୦ରେ ଫ୍ରାନ୍ସର ମନନ ବ୍ରୁନେଟଙ୍କୁ ମୁକାବିଲା କରିବେ। ଟେବୁଲ ଟେନିସ ପୁରୁଷ ସିଙ୍ଗଲସ ରାଉଣ୍ଡ-୨ରେ ଭାରତର ଶରତ କମଲ ପର୍ତ୍ତୁଗାଲର ଟିଆଗୋ ଆପୋଲୋନିଆଙ୍କୁ ପରାସ୍ତ କରିଛନ୍ତି।