ଟୋକିଓ,ଏଜେନ୍ସି: ଭାରତୀୟ ବକ୍ସର ମନୀଷ କୌଶିକ ରାଉଣ୍ଡ ଅଫ୍ ୩୨ ପ୍ରତିଯୋଗିତାରେ ପରାଜିତ ହେବାସହ ଟୋକିଓ ଅଲମ୍ପିକରୁ ବାଦ ପଡିଛନ୍ତି।
ମନୀଷଙ୍କୁ ପ୍ରଥମ ରାଉଣ୍ଡରେ ଗ୍ରେଟ ବ୍ରିଟେନର ଲୁକ୍ ମେକର୍ମାକଙ୍କ ଠାରୁ ପୁରୁଷ ଲାଇଟୱେଟ ରାଉଣ୍ଡ ଅଫ ୩୨ରେ ୨-୩ରେ ପରାଜୟ ମିଳିଥିଲା। ଦ୍ୱିତୀୟ ରାଉଣ୍ଡରେ ସେ ଦମଦାର କମବ୍ୟାକ କରିବା ସହ ୩-୨ରେ ବିଜୟୀ ହୋଇଥିଲେ। ତେବେ ତୃତୀୟ ତଥା ନିର୍ଣ୍ଣାୟକ ରାଉଣ୍ଡରେ ମେକର୍ମାକ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲେ ଓ ୪-୧ରେ ଭାରତୀୟ ବକ୍ସରଙ୍କୁ ହରାଇଥିଲେ। ଏଥିସହ ପ୍ରି-କ୍ୱାର୍ଟସରେ ମଧ୍ୟ ପହଞ୍ଚିଥିଲେ।