୧ କୋଟି ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ଥାନା ପୁଲିସ ମାଳିଗୁଞ୍ଜା ଛକ ନିକଟରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି। ଏନେଇ ଥାନାଧିକାରୀ କୈବଲ୍ୟ ସେଠ୍ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ପୁକାଲି-ରେଙ୍ଗା ଅଞ୍ଚଳରୁ ଏକ ଟ୍ରକ୍ ଓ ପିକଅପ୍ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପଟ୍ଟାଙ୍ଗୀ ଥାନା ଅଧିକାରୀ କୈବଲ୍ୟ ସେଠଙ୍କୁ ମିଳିଥିଲା। ପରେ ଶ୍ରୀ ସେଠଙ୍କ ନେତୃତ୍ୱରେ ଏଏସଆଇ ଏସ ସିଏଚ୍ ନାୟକ, ହାବିଲଦାର୍ ଆର ସି ନାୟକ, କନେଷ୍ଟବଳ ଜି ସିଏଚ୍ ମୁଣ୍ଡାଗାଡ଼ିଆ, ଆର ସିଏଚ୍ ଖୀଲ, ଗୃହରକ୍ଷୀ ତୁଲସୀ ନାରାୟଣ ପଟ୍ଟନାୟକ ଏବଂ ଆଇଆରବି କର୍ମଚାରୀ ମାଳିଗୁଞ୍ଜା ଛକରେ ପହଂଚି ଟ୍ରକ୍ ଓ ଭ୍ୟାନକୁ ଅପେକ୍ଷା କରିଥିଲେ। ପରେ ସମ୍ପୃକ୍ତ ୨ଟି ଗାଡ଼ି ପହଂଚିବା ପରେ ଅଟକାଇ ଯାଞ୍ଚ କରିବା ବେଳକୁ ସେଥିରୁ ୪୫ଟି ଜରି ଅଖାରେ ପେକିଂ କରାଯାଇଥିବା ୧୩୪୮ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ପୁଲିସ୍ ଗଞ୍ଜେଇ ସହ ଟ୍ରକ୍ ଓ ଭ୍ୟାନକୁ ଜବତ କରିଥିବାବେଳେ କୌଶଳକ୍ରମେ ଗାଡ଼ିିରେ ଥିବା ୩ଜଣ ଅଭିଯୁକ୍ତ ଖସି ପଳାଇଥିବା ଜଣାପଡ଼ିଛି।