ପ୍ରକାଶ ପାଇଲା ରାଜସ୍ଥାନ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ରାଜସ୍ଥାନ,ଏଜେନ୍ସି: ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ବିଜ୍ଞାନ, ବାଣିଜ୍ୟ ଓ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସର ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ଥର କରୋନା ମହାମାରୀ କାରଣରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଥିଲା।

ସୂଚନା ଅନୁସାରେ କଳା ବର୍ଗରେ ୯୯.୧୫ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବିଜ୍ଞାନ ବର୍ଗରେ ୯୯.୪୯ ପ୍ରତିଶତ ଓ ବାଣିଜ୍ୟ ବର୍ଗରେ ୯୯.୭୩ ପ୍ରତିଶତ ରେଜଲ୍ଟ ହୋଇଛି।