ଅନ୍ଧବିଶ୍ୱାସ ନେଇଗଲା ଜୀବନ

ପାଟଣା,ଏନ୍ଏନ୍ଏସ୍: ଅନ୍ଧବିଶ୍ୱାସ ନେଲା ଜୀବନ। ସାପ କାମୁଡ଼ିବା ପରେ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ପାଖକୁ ନେବା ଯୋଗୁ ଜଣେ ନାବଳକର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକା ଗ୍ରାମର ମୁଣ୍ଡା ସାହିିରେ ଘଟିଛ। ମୃତ ବାଳକ ଜଣକ ହେଉଛନ୍ତି ରତନା ସୋଏଙ୍କ ୧୨ ବର୍ଷର ପୁଅ ଚୁମନ୍ତ ସୋଏ। ମିଳିଥିବା ରିପୋର୍ଟ ମୁତାବକ, ଚୁମନ୍ତ ଘରେ ଶୋଇଥିବା ବେଳେ ଏକ ଚିତି ସାପ ତା’ କାନକୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଗୁଣିଆ ପାଖକୁ ନେଇ ଝଡ଼ାଫୁଙ୍କା କରିବାରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ପରେ ପରିବାର ଲୋକେ ୧୦୮ ସହାୟତାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ ହେଁ ବିଳମ୍ବ ଯୋଗୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ପରିବାର ଲୋକେ ସାପକୁ ଘରେ ବନ୍ଦ କରି ରଖି ପୁଅ ଭଲ ହେବ ବୋଲି ପୂଜାର୍ଚ୍ଚନା କରୁଥିବା ମଧ୍ୟ ସୂଚନା ମିଳିଛି।