ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିଜେପିର ପ୍ରତିବାଦ ସହ ବିକ୍ଷୋଭ

ପାଟଣାଗଡ଼,ଏନ୍ଏନ୍ଏସ୍: ବିଦ୍ୟୁତ ଶୁଳ୍କ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ରାଜ ଖମାରରୁ ଏକ ଶୋଭାଯାତ୍ରା ବାହାରି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀଙ୍କୁ ୫ଦଫା ଦାବୀପତ୍ର ପ୍ରଦାନ କରିଥିଲେ। ଏଥିସହିତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ବିଜେପି ଜନ ଆନ୍ଦୋଳନ କରିବ ବୋଲି ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି, କରମ ସିଂ ସରାଫ୍, ମାଧବ ସାଏ, ଜୟନ୍ତ କୁମ୍ଭାର, ଚତୁମୁର୍ଖ ମେହେର, ପଙ୍କ ଭୋଇ, ଶୈଳବାଳା ବାଗ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁୁଶାନ୍ତ ଦାସ, ସୁଶାନ୍ତ ପାତ୍ର, ସନ୍ତୋଷ ମେହେର, ପୂର୍ଣ୍ଣ ମେହେର, ନନ୍ଦନ ଠାକୁର, ରାନା ଚିନ୍ଦା ଓ ସୁଶୀଳ କୁମାର ପଟେଲଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ।