ବିପୁଳ ପରିମାଣର ମଦ ଜବତ

  • ଦେବଗଡ଼, ଏନଏନଏସ: ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଲବେଡା ଗ୍ରାମରେ ଏକ ବେଆଇନ ବିଦେଶୀ ମଦ ଗୋଦାମରେ ଚଢ଼ଉ କରି ରିଆମାଳ ପୁଲିସ ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବେପାରୀକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦେଶକ୍ରମେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ରିଆମାଳ ଥାନାଧିକାରୀ ଗୋପବନ୍ଧୁ ବେହେରା ରେଙ୍ଗାଲବେଡା ଗ୍ରାମରେ ବେଆଇନ ମଦ କାରବାର ଚାଲୁଥିବା ସୂଚନା ପାଇ ଉକ୍ତ ଗ୍ରାମରେ ଚଢ଼ଉ କରିଥିଲେ। ରେଙ୍ଗାଲବେଡା ଗ୍ରାମର ମୁଖ୍ୟ ବଜାରଠାରେ ଏକ ଭେରାଇଟି ଷ୍ଟୋର କରିଥିବା ଉକ୍ତ ଗ୍ରାମର ଅକ୍ଷୟ କୁମାର ସାହୁ(୩୫)ଙ୍କ ଦୋକାନରେ ବିଦେଶୀ ମଦ ଥିବା ଜାଣିପାରି ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଦୋକାନ ପଛପଟେ ଏକ ଗୋଦାମ କରି ବିଭିନ୍ନ ବ୍ରାଣ୍ଡର ମଦ ଗଛିତ ରଖି ବେଆଇନ ମଦ କାରବାର କରୁଥିବା ଦେଖି ପାରି ସେଠାରୁ ୫୦ ହାଜର ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ୨୭୮ ବୋତଲ ବିଦେଶୀ ମଦ ଜବତ କରିବା ସହ ବେଆଇନ ମଦ ବେପାରୀ ଅକ୍ଷୟକୁ ଗିରଫ କରିଥିଲେ।