ବାହୁଡ଼ା ପର୍ଯ୍ୟନ୍ତ ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ

ବାରିପଦା,ଏନ୍ଏନ୍ଏସ୍: ଆଜିଠାରୁ ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଆଜିଠାରୁ ଆରମ୍ଭ କରି ବାହୁଡ଼ା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେଠାକାର ଦାୟିତ୍ୱରେ ରହିବେ ୩ ପ୍ଲାଟୁନ୍ ପୁଲିସ ଏବଂ ୨୦ ଅଫିସର। ତେବେ ଜଗନ୍ନାଥ ମନ୍ଦର ଚାରିପାଖ ୫ ଶହ ମିଟର ଦୂରତାରେ ୧୪୪ ଧାରା ଲାଗୁ କରାଯିବ ବୋଲି ଜଣାପଡ଼ଛି।

କରୋନା ମହାମାରୀ ଜାରି ରହିଥିବା କାରଣରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କୁ ଭିଡ଼ କରିବାକୁ ଦିଆଯାଉନଥିବା ବେଳେ ମନ୍ଦିରକୁ ଆସିବା ରାସ୍ତାରେ ବାରିକେଡ୍ କରାଯାଇଛି। ଏଥିସହିତ ଗାଡ଼ି ଚଳପ୍ରଚଳକୁ ମଧ୍ୟ ବନ୍ଦ କରିଦିଆଯାଇଛି।