ଦେଶରେ ‘ନାର୍କୋ ଆତଙ୍କବାଦ’କୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଭାରତ ଆଉ ଏକ ବିପଦର ସମ୍ମୁଖୀନ ହେଉଛି। ଶାହା ନିଶା କାରବାରର କୁପ୍ରଭାବ ବିଷୟରେ କହିଛନ୍ତି। ଶାହା କହିଛନ୍ତି ଯେ ‘ନାର୍କୋ ଆତଙ୍କବାଦ’ ଦେଶ ପାଇଁ ଚିନ୍ତାର କାରଣ। ଏଥିରୁ ପ୍ରାପ୍ତଅର୍ଥକୁ ଆତଙ୍କବାଦରେ ଉପଯୋଗ କରାଯାଉଛି। ସେ କହିଥିଲେ ଯେ ନିଶାଦ୍ରବ୍ୟ ପ୍ରଭାବରେ ଭାରତର ସମାଜ, ଯୁବପିଢ଼ି, ସୁରକ୍ଷା ବ୍ୟବସ୍ଥା ଏବଂ ଭାରତର ଅର୍ଥନୀତି ଉପରେ ଏହାର ବିଷେଶ କୁପ୍ରଭାବ ପଡୁଛି ଏଥିପାଇଁ ସମ୍ପୂର୍ଣ୍ଣ ଦେଶ ଚିନ୍ତିତ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତରେ ଏହାର ପ୍ରବେଶ ଉପରେ କଡା କଟକଣା ଲଗାଇବା ଏବଂ ଭାରତରେ ଏହାର ବ୍ୟବସାୟ କିପରି ଭାରତରେ ନହୁଏ ସେଥିପାଇଁ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମୟରେ ସେ ଦେଶରେ ଟିକା ଦ୍ୱନ୍ଦ୍ୱକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ଶାହା ଲୋକଙ୍କୁ ଟିକାକରଣ ଉପରେ ସଚେତନତା ରହିବାକୁ ଅନୁରୋଧ କରିଥିଲେ ଏବଂ ଭାରତ ସରକାର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରୁଥିବା ବେଳେ ବିନା ଭୟରେ ଟିକା ଗ୍ରହଣ କରିବାକୁ ସେ ନାଗରିକ ମାନଙ୍କ ଆବେଦନ କରିଥିଲେ।