କ୍ୟାନସର ସହ ପାଲିଏଟିଭ କେୟାର ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ

  • ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଦୁଇଟି ବିଶ୍ୱସ୍ତରୀୟ ଚିକିତ୍ସାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାଗଚୀ-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ବାଗଚୀ-ଶ୍ରୀଶଙ୍କର କର୍କଟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜଧାନୀରେ ଏହି ଦୁଇଟି ବିଶ୍ୱସ୍ତରୀୟ ଚିକିତ୍ସାଳୟ ସ୍ଥାପନ କରାଯିବ।
    କ୍ୟାନସର ହସ୍ପିପିଟାଲ ୭୫୦ ଶଯ୍ୟା ବିଶିଷ୍ଟ ରହିବ। ଏଠାରେ ଲୋକଙ୍କୁ ବିନା ମୂଲ୍ୟରେ ଅନ୍ତର୍ଜାତୀୟସ୍ତରର ଚିକିତ୍ସା ସୁବିଧା ଯୋଗାଇଦିଆଯିବ। ସେହିପରି ପାଲିଏଟିଭ ଚିକିତ୍ସା କେନ୍ଦ୍ରରେ ଛୋଟଠାରୁ ବଡ ସମସ୍ତେ ଉତ୍ତମ ଚିକିତ୍ସା ସୁବିଧା ପାଇପାରିବେ। ଏହା ୧୧୦ ଶଯ୍ୟା ବିଶିଷ୍ଟ ହେବ। ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିବ। ଗରିବ ଲୋକଙ୍କୁ ଏଠାରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ। ଉଭୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ ୩୪୦ କୋଟି ଟଙ୍କା ସାହାଯ୍ୟ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।