ସେପ୍ଟେମ୍ବର ୧୨ରେ ନିଟ୍(ୟୁଜି)

ନୂଆଦିଲ୍ଲୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସେପ୍ଟେମ୍ବର ୧୨ ତାରିଖରେ ନିଟ୍(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ। ସେଥିପାଇଁ ଆସନ୍ତାକାଲି ଅପରାହ୍ନ ୫ଟାରୁ ଏନଟିଏ ୱେବସାଇଟ ଜରିଆରେ ପରୀକ୍ଷାର୍ଥୀ ଆବେଦନ କରିପାରିବେ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ସାମାଜିକ ଦୂରତାକୁ ଧ୍ୟାନରେ ରଖି ଏଥର ୧୫୫ ବଦଳରେ ୧୯୮ଟି ସହରରେ ପରୀକ୍ଷା ଆୟୋଜନ କରାଯିବ। ୨୦୨୦ଠାରୁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ବୃଦ୍ଧି ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।