ଆଜି ଆଉ ୨୯୩୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୯୩୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୧୫ହଜାର ୪୦୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୫୨, କଟକରୁ ୪୬୦, ଯାଜପୁରରୁ ୨୧୫, ବାଲେଶ୍ୱରରୁ ୨୦୬, ପୁରୀରୁ ୧୬୦, ଭଦ୍ରକରୁ ୧୫୮, ମୟୁରଭଞ୍ଜରୁ ୧୫୭, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୧୧୫ ଲେଖାଏଁ, ଜଗତସିଂପୁରରୁ ୧୦୬, ଷ୍ଟେଟପୋଲରୁ ୧୦୧, ଅନୁଗୁଳରୁ ୮୬, ଢେଙ୍କାନାଳରୁ ୮୪ ଓ କୋରାପୁଟ ଜିଲ୍ଲାରୁ ୭୩ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪୮, ମାଲକାନଗିରିରୁ ୪୫, କେଉଁଝରରୁ ୩୮, ସମ୍ବଲପୁରରୁ ୩୨, ବଲାଙ୍ଗିରରୁ ୨୮, ନବରଙ୍ଗପୁର ଓ ରାୟଗଡ଼ାରୁ ୨୪ ଲେଖାଏଁ, କଳାହାଣ୍ଡିରୁ ୨୧, ଝାରସୁଗୁଡ଼ାରୁ ୧୬, ବରଗଡ଼ରୁ ୧୫, ସୋନପୁରରୁ ୧୩, କନ୍ଧମାଳରୁ ୧୨, ଦେଓଗଡ଼ ଓ ଗଜପତିରୁ ୩ ଲେଖାଏଁ, ବୌଦ୍ଧ, ଗଞ୍ଜାମ ଓ ନୂଆପଡ଼ାରୁ ୫ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯ଲକ୍ଷ ୪୧ହଜାର ୭୪୫ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୯ଲକ୍ଷ ୧୫ହଜାର ୪୦୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୬୬୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୧ହଜାର ୬୮୩ ଜଣ ଚିକିତ୍ସିତ ହେଉଛନ୍ତି।