ଜୁଲାଇ ୧୫ରୁ ଦୁବାଇକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ,ଏଜେନ୍ସି: ଜୁଲାଇ ୧୫ରୁ ଭାରତରୁ ଦୁବାଇକୁ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି। ଏଥିପାଇଁ ଶନିବାରଠାରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ଭାରତ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଉଡାଣକୁ ବାତିଲ କରିଥିବାବେଳେ ‘ଏୟାର ବବ୍‌ଲ’ ବ୍ୟବସ୍ଥାନୁଯାୟୀ ଦୁବାଇକୁ ବିମାନ ଚାଲିବ ବୋଲି କୁହାଯାଇଛି। କୋଭିଡ୍ ଯୋଗୁଁ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଭାରତୀୟ ବିମାନଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ ସୁଦ୍ଧା କେବଳ ଦୁବାଇ ପାଇଁ ଏହାକୁ କୋହଳ କରାଯାଇଛି।