ପୋର୍ଟ-ଅଉ-ପ୍ରିନ୍ସ,ଏଜେନ୍ସି: ହାଇତିର ରାଜଧାନୀ ପୋର୍ଟ-ଅଉ-ପ୍ରିନ୍ସରେ ଅବସ୍ଥିତ ତାଇୱାନ ଦୂତାବାସ ଉପରେ ଆକ୍ରମଣ ଉଦ୍ୟମ କରୁଥିବା ଅଭିଯୋଗରେ ୧୧ ଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତେବେ ଆକ୍ରମଣର ଉଦ୍ଦେଶ୍ୟ ସମ୍ପର୍କରେ ଜଣାପଡିନାହିଁ। ଦୂତାବାସ ନିରାପତ୍ତାରକ୍ଷୀମାନେ ଆତତାୟୀଙ୍କୁ ଦେଖିବାପରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ କିଛି ଦିନ ପୂର୍ବେ ସଶସ୍ତ୍ର ବନ୍ଧୁକଧାରୀ ମାନେ ହାଇତି ରାଷ୍ଟ୍ରପତି ଜୋଭିନେଲ ମୋଏଜ୍ଙ୍କ ବାସଭବନରେ ପଶି ତାଙ୍କୁ ହତ୍ୟା କରିଛନ୍ତି।