ବାରିପଦା,ଏନ୍ଏନ୍ଏସ୍: ଗତ ଜୁଲାଇ ୯ ବାରିପଦାର ପୋଡାଅସ୍ତିଆ ଠାରେ ବୁଢ଼ାବଳଙ୍ଗ ନଦୀ ସ୍ରୋତରେ ଭାସି ଯାଇଥିବା ବୃଦ୍ଧଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର ବହୁ ସମୟର ଖୋଜାଖୋଜି ପରେ ବାରିପଦା ସହରର ବାରୁଣୀ ନିକଟସ୍ଥ ବିନ୍ଧାଣିସାହି ଘାଟ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ପୋଡାଅସ୍ତିଆ ଗ୍ରାମର ମହାଦେବ ସିଂ(୬୫) ଶୌଚ ହେବାକୁ ନଦୀକୁ ଆସିଥିବା ବେଳେ ନଦୀରେ ଭାସିଯାଇଥିବା ଜଣାପଡିଛି। ଏନେଇ ବାରିପଦା ସଦର ଥାନାରେ ୩୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।