ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ବସଷ୍ଟାଣ୍ଡରେ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରଶାଦ ଢୋଲକିଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବହୁଦିନ ପରେ ନୂଆପଡ଼ାବାସୀଙ୍କ ସ୍ୱପ୍ନ ପୁରାଣ ହୋଇଛି ବୋଲି ସାଧରଣରେ ଚର୍ଚ୍ଚା ହେଉଛି। ପ୍ରକାଶଥାଉ କି, ୧୪ଟି ଜିଲ୍ଲାରେ ୪୨.୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ବସ ଟର୍ମିନାଲ ନିର୍ମାଣ ହେବ ବୋଲି ଜଣାପଡ଼ିଛି।