ନୂଆଦିଲ୍ଲୀ: ବାଙ୍ଗଲାଦେଶର ରାଜଧାନୀ ଢାକାସ୍ଥିତ ନାରାୟଣଗଞ୍ଜର ସେଜାନ ଜୁସ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଥିବା ଜଣାପଡ଼ିଛି। ଫଳରେ ୫୨ଜଣଙ୍କର ମୃତ୍ୟୁ ଘଟିଛି ଓ ୫୦ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହିତ ନିଜକୁ ବଞ୍ଚାଇବା ପାଇଁ କିଛି ଲୋକ ବିଲ୍ଡିଂରୁ ଡିଆଁ ମାରିଥିବା ନେଇ ସୂଚନା ମିଳିଛି। ନିଆଁ ଲିଭାଇବା ପାଇଁ ୧୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ମହଜୁଦ ରହିଛି। ବିଲ୍ଡିଂର ଭୂତଳୁ ନିଆଁ ଲାଗିବା ପରେ ସେଠାରେ ରସାୟନ ଓ ପ୍ଲାଷ୍ଟିକ ଥିବାରୁ ନିଆଁ ବ୍ୟାପିଥିବା ନେଇ ଆଶଙ୍କା କରାଯାଉଛି।