ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାଇକେଲ ରାଲି

ପାଟଣାଗଡ଼,ଏନ୍ଏନ୍ଏସ୍: କେନ୍ଦ୍ର ସରାକର ଦିନକୁ ଦିନ ପେଟ୍ରୋଲ ଡିଜେଲ ସହ ରନ୍ଧନ ଗ୍ୟାସ ଦର ବୃଦ୍ଧି କରୁଥିବାରୁ ଖାଉଟି ମହଲରେ ଜନଅସନ୍ତୋଷ ପ୍ରକାଶ ପାଇଛି। ତାର ପ୍ରତିବାଦରେ ଆଜି ପାଟଣାଗଡ ବ୍ଲକ କଂଗ୍ରେସ ତରଫରୁ ପିସିସି ସଭ୍ୟ ଅନୀଳ ମେହେରଙ୍କ ନେତୃତ୍ୱରେ ସ୍ଥାନୀୟ ରାମପୁର ଠାରୁ ଏକ ଅଭିନବ ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ ଛକ ପର୍ଯ୍ୟନ୍ତ ଯାଇଥିଲେ।

ଏଥିସହିତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଜନସାଧାରନଙ୍କୁ ସଚେତନ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲୋ ଏହି ଅଭିନବ ଶୋଭାଯାତ୍ରାରେ ପାଟଣାଗଡ ବ୍ଲକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥ ମିଶ୍ର, ନଗର ସଭାପତି ଜୟକୃଷ୍ଣ ମେହେର, ଯୁବକଂଗ୍ରେସ ସଭାପତି ଚନ୍ଦନ ସାହୁ, ବିଦ୍ୟା ମେହେର, ଅରୁ ମେହେର, ପ୍ରକାଶ ପଟ୍ଟନାଏକ, ଆଫରୁ ପାତ୍ର, ତରୁଢ଼ ବନଛୋର, ଯୁଧିଷ୍ଠିର ମେହେର ପ୍ରମୁଖ ଯୋଗଦେଇଥିଲେ।