ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୋକପଦର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତି ଜଣକ ହେଲେ ଜଗନ୍ନାଥ ମାଝୀ (୪୯)। ମିଳିଥିବା ରିପୋର୍ଟ ମୁତାବିକ, ଜଗନ୍ନାଥ ସକାଳୁ ଛେଳି ଚରାଇବାକୁ ସ୍ଥାନୀୟ ଜଙ୍ଗଲକୁ ଯାଇଥିବାବେଳେ ହଠାତ ଭାଲୁ ଆକ୍ରମଣ କରିଥିଲା। ଜଗନ୍ନାଥଙ୍କ ସହ ଥିବା ଛେଳି ଚରାଳିମାନେ ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ପରିବାର ଲୋକେ ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ଏବେ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ନେଇ ଡାକ୍ତର ପ୍ରକାଶ କରିଛନ୍ତି।