ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ, ପୂର୍ବ ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀ ଦାଖଲ କଲେ ଅଭିଯୋଗ

କୋଲକାତା,ଏଜେନ୍ସି: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଆଜି ଏକ ମାମଲା ରୁଜୁ ହୋଇଛି। ତାଙ୍କର ପୂର୍ବ ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀ ଶୁଭେନ୍ଦୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ ଶୁଭେନ୍ଦୁଙ୍କ ପୂର୍ବ ସିକ୍ୟୁରିଟି ଗାର୍ଡ ଆତ୍ମହତ୍ୟା କରିଥିଲେ। ତେବେ ତାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା କରିବା ପାଇଁ ଶୁଭେନ୍ଦୁ ପ୍ରେରିତ କରିଥିବା ପତ୍ନୀ ଅଭିଯୋଗ କରିଛନ୍ତି।

୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ଶୁଭେନ୍ଦୁଙ୍କ ସିକ୍ୟୁରିଟି ଗାର୍ଡ ସୁବ୍ରତ ଚକ୍ରବର୍ତ୍ତୀର ମୃତ୍ୟୁ ହୋଇଥିଲା। ଶୁଭେନ୍ଦୁଙ୍କ କାଠି ସ୍ଥିତ ବାସଭବନରେ ପିସ୍ତଲରୁ ମୁଣ୍ଡରେ ଗୁଳି କରିଥିଲେ ସୁବ୍ରତ। ଏହାପରେ ସୁବ୍ରତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତା’ର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ କିଛି ଅଜଣା ଲୋକଙ୍କୁ ଗିରଫ କରି ତାଙ୍କ ବିରୋଧରେ ଧାରା ୩୨୦ ଓ ୧୨୦ ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ସୁବ୍ରତଙ୍କ ପତ୍ନୀଙ୍କ ଏହି ଅଭିଯୋଗ ବର୍ତ୍ତମାନ ଏହି କେସରେ ନୂଆ ମୋଡ଼ ଆଣିଦେଇଛି।