ଟିଭି ପୂର୍ବରୁ ଓଟିଟିରେ ‘ବିଗବସ’

ମୁମ୍ବାଇ: ଲୋକପ୍ରିୟ ରିୟାଲିଟି ଶୋ’ ‘ବିଗବସ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଥମଥର ପାଇଁ ବିଗବସ ଓଟିଟି ପ୍ଲାଟଫର୍ମରେ ନଜର ଆସିିବ। ଚଳିତ ସିଜିନର ପ୍ରଥମ ୬ ସପ୍ତାହ ଓଟିଟିରେ ପ୍ରସାରିତ ହେବା ପରେ ଧୀରେ ଧୀରେ ଟେଲିଭିଜନରେ ଦେଖିବାକୁ ମିଳିବ।

ବିଗବସ ଓଟିଟି ପ୍ଲାଟଫର୍ମ ଭୁଟରେ ଷ୍ଟ୍ରୀମିଂ ହେବ। ଏଥର ଜନତା ଫ୍ୟାକ୍ଟର ଦ୍ୱାରା ସାଧାରଣ ଜନତାଙ୍କୁ କିଛି ପାୱାର ଦିଆଯିବ। ଏହାଦ୍ୱାରା ସେମାନେ ନିଜ ପସନ୍ଦର ପ୍ରତିଯୋଗୀଙ୍କୁ ଚୟନ କରିବା ସହ ଟାସ୍କ ଦେଇପାରିବେ ଓ ଶୋ’ରୁ ବାହାର ମଧ୍ୟ କରିପାରିବେ। ଫଳରେ ଏହି ଶୋ’ ଲୋକଙ୍କ ଦ୍ୱାରା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭବ ହେବ।