ମହିଳାଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ବିଜେପି ସାଂସଦଙ୍କ ସମ୍ପର୍କୀୟ ଗିରଫ

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶରେ ଗତକାଲି ବ୍ଲକ୍ ପ୍ରମୁଖ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଲକ୍ଷ୍ମୀପୁର ଅଞ୍ଚଳର ମହିଳାଙ୍କ ସହ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଶାଢ଼ି ଟାଣିବା ଅଭିଯୋଗରେ ବିଜେପି ସାଂସଦ ରେଖା ବର୍ମାଙ୍କ ସମ୍ପର୍କୀୟ ୟଶ ବର୍ମାଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାଟି ବସଗମ୍ବା ଅଞ୍ଚଳରେ ଘଟିଛି।

ସମାଜବାଦୀ ପାର୍ଟିର ଅଭିଯୋଗ ଅନୁସାରେ ତାଙ୍କ ଦଳ ପ୍ରାର୍ଥୀ ରିତୁ ସିଂହ ଯେତେବେଳେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିଲେ ରାସ୍ତାରେ ବିଜେପିର କେତେକ ଲୋକ ଆମ ସାଙ୍ଗରେ ଥିବା ମହିଳା ମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଏପରିକି ସେମାନେ ମହିଳାଙ୍କ ଶାଢ଼ି ମଧ୍ୟ ଟାଣିଥିଲେ।