ସଇଁନ୍ତଳା,ଏନ୍ଏନ୍ଏସ୍: କରୋନା କାଳରେ ଅନେକ ଲୋକଙ୍କ ଜୀବନ ରକ୍ତ ନ ମିଳିବା ଦ୍ଵାରା ଯାଇଛି। ସମାଜସେବୀ ମାନଙ୍କ ସହଯୋଗ ଦ୍ଵାରା ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚି ପାରିଛି। ତେବେ ଏଭଳି ମୁହୂର୍ତ୍ତରେ ଦିନ ରାତି ଲୋକଙ୍କ ସେବା କରି ଚର୍ଚ୍ଚାରେ ସୁନିତା ଭୋଇ। ସେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାରର କର୍ମଚାରୀ ଟେକ୍ନିସିଏନ ଭାବରେ କାର୍ଯ୍ୟ ତୁଲାଉଛନ୍ତି। କରୋନା କାଳରେ ଗୋଟିଏ ଦିନ ମଧ୍ୟ ଛୁଟି ନନେଇ ରୋଗୀଙ୍କୁ ରକ୍ତ ଯୋଗାଡ଼ କରିଦେଇଛନ୍ତି। ଏନେଇ କଣ୍ଟାବାଞ୍ଜି ମାରାବାଡି ମଞ୍ଚ ପକ୍ଷରୁ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ଦ୍ଵାରା ସୁନିତାଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଛି। ଏଥିସହ ବୁଦ୍ଧିଜୀବୀ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।