ନୂଆଦିଲ୍ଲୀ,ଏଜେନ୍ସି: ୟୁରୋ କପ୍-୨୦୨୦ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଓ ଡେନମାର୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୫୫ ବର୍ଷ ଧରି ବଡ଼ ଟାଇଟଲକୁ ଅପେକ୍ଷା କରିଥିବା ଇଂଲଣ୍ଡ ଶେଷରେ ଡେନମାର୍କକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଆସନ୍ତା ରବିବାର ଦିନ ଇଂଲଣ୍ଡ ଓ ଇଟାଲି ମଧ୍ୟରେ ୟୁରୋ କପର ଫାଇନାଲ ମ୍ୟାଚ ଖେଳାଯିବ।
ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ଆରମ୍ଭରେ ଇଂଲଣ୍ଡକୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ଡେନମାର୍କ ଗୋଟେ ଗୋଲ ସହିତ ଆଗୁଆ ରହିଥିଲା। କିନ୍ତୁ ପରେ ଇଂଲଣ୍ଡର ଖେଳକୁ ଫେରିବା ସହିତ ୨-୧ରେ ଡେନମାର୍କକୁ ପରାସ୍ତ କରିଥିଲା।