ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ୮୦ କୋଟି ୫୦ ଲକ୍ଷ ଟଙ୍କାର ଅନ୍ତଃନଦୀ ଜଳାଶୟକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି। ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବୈଠକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ସିନାପାଲି ବ୍ଲକ ଚେୟାରମ୍ୟାନ୍ କିଶୋର ଚନ୍ଦ୍ର କୁମାର, ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟ ରଞ୍ଜନ ମେହେର, ମଖାପଦର ପଞ୍ଚାୟତ ସରପଞ୍ଚ ବଳଦେବ ମାଝୀ, ଘଣ୍ଟିଗୁଡ଼ା ପଞ୍ଚାୟତ ସରପଞ୍ଚ ମମିତା ସୁନାନୀ, ମେଘନାଦ ଖର୍ସେଲ ଓ ଖୁଟୁରାମ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଖଡ଼ିିଆଳ ନିର୍ବାଚନ ମଣ୍ଡଳୀର ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡ଼ା ପଞ୍ଚାୟତସ୍ଥିତ ନଦୀ ଗାଁରେ ଅନ୍ତଃନଦୀ ଜଳାଶୟର ଶିଳାନ୍ୟାସ ହେବା ଦ୍ୱାରା ଚାଷୀମାନେ ଚାଷ ଜମିରେ ଜଳ ପାଇବା ସହ ଜଳ ସଂରକ୍ଷଣ, ବୃହତ ଉଠା ଜଳସେଚନକୁ ଜଳ ଯୋଗାଣ, ପାନୀୟ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ବୋଲି ଜଣାପଡ଼ିଛି।