- ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭୀମଟାଙ୍ଗୀରେ ମହିଳାଙ୍କ ହତ୍ୟା ପଛର ଗୁମର ଫିଟୁଛି। ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଦେଇଛି। ଜଗନ୍ନାଥଙ୍କ ହ୍ୱ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି। ପ୍ରିୟଙ୍କାକୁ ମାରି ନିଜେ ଆତ୍ମହତ୍ୟା କରିଥାନ୍ତେ ଜଗନ୍ନାଥ। ଟାର୍ଗେଟରେ ଥିଲା ପ୍ରିୟଙ୍କାଙ୍କ ୩ ବର୍ଷର ପୁଅ। ସେପଟେ ମହିଳାଙ୍କ ବୀଭତ୍ସ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଡିସିପି କହିଛନ୍ତି ଘଟଣାର ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଯାଜପୁର ଯାଇଛି। ଏହି ଟିମ୍ ପ୍ରିୟଙ୍କା ଏବଂ ଜଗନ୍ନାଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିବ। ଏବେ ଜଗନ୍ନାଥ ବିପଦମୁକ୍ତ ଥିବାବେଳେ ଆଉ କିଛି ଦିନ ତାର ଚିକିତ୍ସା ଚାଲିବ ବୋଲି ଡିସିପି କହିଛନ୍ତି।