ସାପ କାମୁଡ଼ାରେ ୬ ବର୍ଷର ଶିଶୁ ମୃତ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗ୍ରାମର ରାଜେଶ ମହାନନ୍ଦଙ୍କ ପୁଅ ଯୋଗେନ୍ଦ୍ର ମହାନନ୍ଦ(୬)ର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମିଳିଥିବା ରିପୋର୍ଟ ମୁତାବିକ, ସକାଳ ୯ଟାରେ ଘର ପାଖରେ ଖେଳିବା ସମୟରେ ଏକ ବିଷାକ୍ତ ସାପ ଯୋଗେନ୍ଦ୍ରକୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାକୁ ଖଡ଼ିଆଳ ମିଶନରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଯୋଗେନ୍ଦ୍ରକୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।