ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମି। ଧାମି ମୁଖ୍ୟମନ୍ତ୍ରୀ ହେବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଘୋଷଣା କରିଛନ୍ତି। ଧାମି ଖଟିମା ବିଧାନସଭା ସିଟରୁ ୨ଥର ବିଧାୟକ ରହିଛନ୍ତି। ଏଥିସହିତ ୪୫ ବର୍ଷୀୟ ଧାମି ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଧାମି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଖୁବ୍ ନିକଟତର ବୋଲି ସୂଚନା ମିଳିଛି।