ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଗାଁ ଗ୍ରାମର ତେଲିବନ୍ଧ ସାହିରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ଶତ୍ରୁଘନ ମୁଣ୍ଡା ଓ ଝିଲ୍ଲୀ ମୁଣ୍ଡାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ସୁନୀଲ ମୁଣ୍ଡାର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଶିଶୁପୁତ୍ର ଟି ଖେଳୁଖେଳୁ ଘର ନିକଟରେ ଥିବା ଏକ ଗଡ଼ିଆ ରେ ପଡିଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ଗଡ଼ିଆ ରେ ଶିଶୁପୁତ୍ରର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ଶିଶୁପୁତ୍ର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।